Odisha Lift Irrigation Corporation Ltd. Bhubaneswar
A Govt. of Odisha Undertaking

ପଛୁଆ ଅଞ୍ଚଳ ପାଇଁ ଅନୁଦାନ

(BRGF- Backward Region Grant Fund)

ଏହା ଏକ କେନ୍ଦ୍ରୀୟ ଯୋଜନା । ରାଜ୍ୟରେ ଆଞ୍ଚଳିକ ବୈଷମତା ଦୂର କରିବା ଏହାର ଲକ୍ଷ୍ୟ । ବିଶେଷ କରି SC/ST ଲୋକଙ୍କର ସୁବିଧା ପାଇଁ ରାଜ୍ୟର ୨୦ଟି ଜିଲ୍ଲା ଯଥା ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେଓଗଡ,ଢେଙ୍କାନାଳ,ଗଜପତି,ଗଞ୍ଜାମ,ଝାରସୁଗୁଡା, କଳାହାଣ୍ଡି,କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି , ମୟୂରଭଞ୍ଜ ,ନବରଙ୍ଗପୁର , ନୂଆପଡା ,ରାୟଗଡା , ସମ୍ବଲପୁର , ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼କୁ ନେଇ BRGF ଯୋଜନା କାର୍ଯ୍ୟକାରୀ ହେଉଅଛି । ଉକ୍ତ ଜିଲ୍ଲା ଗୁଡିକର ଉନ୍ନତି ପାଇଁ ଉଠା ଜଳ ସେଚନ ପ୍ରକଳ୍ପମାନ ପ୍ରତିଷ୍ଠା କରାଯାଉଅଛି ।

ଉକ୍ତ ଯୋଜନାରେ ଉଠା ଜଳ ସେଚନ ନିର୍ବାହୀ ଯନ୍ତ୍ରୀ ନୂତନ ପ୍ରକଳ୍ପ କିମ୍ବା ପୁରାତନ ପ୍ରକଳ୍ପର ପୁନରୁଦ୍ଧାର ପାଇଁ ଜିଲ୍ଲା କଲେକ୍ଟରଙ୍କୁ ଉଠା ଜଳ ସେଚନ ପ୍ରକଳ୍ପଗୁଡିକର ତାଲିକା ପ୍ରଦାନ କରନ୍ତି । ଏହି ପ୍ରକଳ୍ପଗୁଡ଼ିକ ଅନୁମୋଦିତ ହେଲା ପରେ ଉଠା ଜଳ ସେଚନ ନିର୍ବାହୀ ଯନ୍ତ୍ରୀ ମୂଲ୍ୟାୟନକରି ଏକ ସମ୍ପୁର୍ଣ୍ଣ ପ୍ରକଳ୍ପ ବିବରଣୀ (DPR) ପ୍ରସ୍ତୃତ କରନ୍ତି ଓ ଜିଲ୍ଲା କଲେକ୍ଟରଙ୍କ ନିକଟକୁ ପଠାଇଥାନ୍ତି । ଜିଲ୍ଲା କଲେକ୍ଟର ଏହା ଉପରେ ବିଚାରକରି ପ୍ରକଳ୍ପଟିକୁ ଅନୁମୋଦନ ଦେଇ ଅର୍ଥ ମଞ୍ଜୁରୀ କରିଥାନ୍ତି । ଅନୁଦାନ ମିଳିଲା ପରେ କାର୍ଯ୍ୟ ଆରମ୍ଭ ହୁଏ । ପ୍ରକଳ୍ପଟି ସମ୍ପୁର୍ଣ୍ଣ ହେବାପରେ ଚାଷୀ କମିଟିକୁ ଦାୟିତ୍ଵ ହସ୍ତାନ୍ତର କରାଯାଏ ।