Odisha Lift Irrigation Corporation Ltd. Bhubaneswar
A Govt. of Odisha Undertaking

ହୀରାକୁଦ ସେଚାଞ୍ଚଳ ଉନ୍ନୟନ ଯୋଜନା

(HIRAKUD COMMAND AREA DEVELOPMENT)

ଉକ୍ତ ଯୋଜନା ଟିି ରାଜ୍ୟ ସରକାରଙ୍କର ଅନୁଦାନରେ ପରିଚାଳିତ ଅଟେ । ହୀରାକୁଦ ସେଚାଞ୍ଚଳ ଅନ୍ତର୍ଗତ ବରଗଡ ଓ ସମ୍ବଲପୁର ଜିଲ୍ଲାରେ ଥିବା ଅଣଜଳସେଚିତ ଜମି କିମ୍ବା ଢିପ ଜମିରେ ଜଳସେଚନର ସୁବିଧା ନିମନ୍ତେ ରାଜ୍ୟ ସରକାର ନୂତନ ଉଠାଜଳ ସେଚନ ପ୍ରକଳ୍ପମାନ ବସାଇ ଉକ୍ତ ଅଞ୍ଚଳରେ ଥିବା ହୀରାକୁଦ କେନାଲ କିମ୍ବା ନଦୀ, ଝରଣା ବା ନାଳରୁ ଉଚ୍ଚଶକ୍ତି ସମ୍ପନ୍ନ ପମ୍ପ ମାଧ୍ୟମରେ ଚାଷ ଜମିକୁ ପାଣି ଯୋଗାଇବାର ସୁବିଧା କରିଥାନ୍ତି ।

ଚାଷୀମାନେ ଏ ସମ୍ବନ୍ଧରେ ନିକଟସ୍ଥ ଉଠାଜଳ ସେଚନ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସରେ ଯୋଗାଯୋଗ କରି ଆବେଦନ ପତ୍ର ଦେଲା ପରେ ପ୍ରକଳ୍ପର ଅନୁସନ୍ଧାନ କାର୍ଯ୍ୟ କରାଯାଇ ଥାଏ । ଏଥିରେ ସଫଳ ହୋଇଥିବା ପ୍ରକଳ୍ପକୁ ଉଠାଜଳସେଚନ ନିର୍ବାହୀ ଯନ୍ତ୍ରୀ ମୂଲ୍ୟାୟନକରି ଏକ ସମ୍ପୁର୍ଣ୍ଣ ପ୍ରକଳ୍ପ ବିବରଣୀ (DPR) ପ୍ରସ୍ତୃତ କରନ୍ତି ଓ ଉଠାଜଳସେଚନ ନିଗମ ଜରିଆରେ ସରକାରଙ୍କ ନିକଟକୁ ପଠ।ଇଥାନ୍ତି । ସରକାର ଏହା ଉପରେ ବିଚାରକରି ପ୍ରକଳ୍ପଟିକୁ ଅନୁମୋଦନ ଦେଇ ଅର୍ଥ ମଞ୍ଜୁରୀ କରିଥାନ୍ତି । ଉକ୍ତ ଯୋଜନାଟି ୨୦୦୮-୦୯ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେଉଅଛି । ପ୍ରକଳ୍ପଟି ସମ୍ପୁର୍ଣ୍ଣ ହେବାପରେ ଏହାର ଚାଳନ ଓ ରକ୍ଷଣା ବେକ୍ଷଣା ପାଇଁ ଚାଷୀକମିଟିକୁ ଦାୟିତ୍ଵ ହସ୍ତାନ୍ତର କରାଯାଏ ।